ବୁଧବାର ପୁରୀ ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ ବସିବାକୁ ଯାଉଛି ଛତିଶା ନିଯୋଗର ଗୁରୁତ୍ଵପୂର୍ଣ୍ଣ ବୈଠକ। ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ଏହି ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ଆଲୋଚନା ହେବାର ଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ।
ଏହି ବୈଠକରେ ମୁଖ୍ୟତଃ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବା ବେଳେ ନାଟମଣ୍ଡପର ମୁଖ୍ୟ ବିମ୍ରେ ହୋଇଥିବା ଫାଟର ମରାମତି କିଭଳି କରାଯିବ ସେ ନେଇ ବିସ୍ତୃତ ଭାବେ ତର୍ଜମା କରାଯିବ। ତେବେ ଏହି ମରାମତି କାର୍ଯ୍ୟ ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ମଧ୍ୟରେ ହିଁ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେଥିପାଇଁ ଆସନ୍ତା ଏପ୍ରିଲ ମାସ ସୁଦ୍ଧା ନାଟମଣ୍ଡପ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଯୋଜନା କରିଛି ଏଏସଆଇ। ଏହି ମରାମତି କାର୍ଯ୍ୟରେ ନାଟମଣ୍ଡପରେ ମୁଖ୍ୟ ବିମରେ ଫାଟ ଥିବାରୁ ଏହାକୁ ଭାରା ବନ୍ଧାଯିବା ସହ ମୁଖ୍ୟ ବିମ୍କୁ ତଳୁ ସପୋର୍ଟ ଦିଆଯିବ। ଏହି କାର୍ଯ୍ୟରେ ୪ଟି ଷ୍ଟେନଲେସ୍ ଷ୍ଟିଲ ବିମ୍ ଲଗାଯିବା ସହ ନାଟମଣ୍ଡପର ପକେଟ୍ ଗୁଡ଼ିକର ମଧ୍ଯ ମରାମତି କରାଯିବ। ତେବେ ୱେଲଡିଙ୍ଗ ସମୟରେ ନିଆଁ ଝୁଲ ତଳେ ପଡ଼ିବାର ସମ୍ଭାବନା ଥିବାରୁ ସେହି ସମୟ ମୟରେ ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା କିଭଳି ରହିବା ଉଚିତ ହେବ ସେନେଇ ବୈଠକରେ ଆଲୋଚନା କରାଯିବାର ଅଛି। ଏହି ବୈଠକରେ ଛତିଶା ନିଯୋଗ ସେବାୟତ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ।
ଅଧିକ ପଢନ୍ତୁ: ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୪: ପ୍ରଥମ ସ୍ଥାନରେ ଫ୍ରାନ୍ସ