ବଲାଙ୍ଗୀର ଜିଲ୍ଲାସ୍ଥିତ ପାଟଣାଗଡ଼ ଡାକ୍ତରଖାନାରେ ଜଣେ ଗଞ୍ଜେଇ ମାଫିଆର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବେଲପଡା ପୋଲିସ ଅଧିକାରୀ।। ସେହି ମାଫିଆର ପରିଚୟ ଅସ୍ପଷ୍ଟ ଥିବା ବେଳେ ସେ ବାହାର ରାଜ୍ୟର ବୋଲି ଜଣା ପଡିଛି।
ସୂଚନାଯୋଗ୍ୟ ଯେ, ଗତ ୨୧ରେ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ବେଲପଡା ପୋଲିସ ପିଛା କରୁଥିବା ବେଳେ ଦୁର୍ଘଟଣା ହୋଇଛି। ତେବେ ପୋଲିସ ଦ୍ୱାରା ଆହତ ଗଞ୍ଜେଇ ମାଫିଆକୁ ପ୍ରଥମେ ବେଲପଡା ଡାକ୍ତରଖାନା ଓ ପରେ ପାଟଣାଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେହି ମାଫିଆର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ପୋଲିସ। ମାଫିଆ ଜଣକ ବାହାର ରାଜ୍ୟର ହୋଇଥିବା ବେଳେ ଘଟଣା ଦିନ ବାଇକରେ ତିନିଜଣ ଯାଉଥିଲେ। ଏହି ସମୟରେ ସେମାନଙ୍କ ପିଛା କରିବାରୁ ପୋଲିସ ହାତରେ ମାଫିଆ ଧରା ପଡିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି l ତେବେ ବେଲପଡା ପୋଲିସ ଫେରାର ଅଭିଯୁକ୍ତ ଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।
ଅଧିକ ପଢନ୍ତୁ: ଇଲେକ୍ଟ୍ରି ଗୋଦାମରେ GST ଚଢ଼ାଉ