ଇଲେକ୍ଟ୍ରି ଗୋଦାମରେ GST ଚଢ଼ାଉ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ସ୍ଥିତ ପୁରୁଣାବସ୍ତି ଠାରେ ଥିବା ଅରିହନ୍ତ ଇଲେକ୍ଟ୍ରିକାଲ୍ସ ରେ ଚଢ଼ାଉ କରିଛି ଜି. ଏସ. ଟି ଭିଭାଗ । ଇଲେକ୍ଟ୍ରିକାଲ୍ସ ର ଦୋକାନ, ଗୋଦାମ ଏବଂ ବାସ ଭବନ ଉପରେ ଚଢ଼ାଉ କରାଯାଇଛି । ସିଟି ଜି ଏସ ଟି ଇଂଫୋର୍ସମେଣ୍ଟ ବଲାଙ୍ଗୀର ଏବଂ କଳାହାଣ୍ଡି ର ମିଳିତ ସହଯୋଗ ରେ ଚଢ଼ାଉଜାରି ରହିଛି । ଦୀର୍ଘ ବର୍ଷ ପାଇଁ ଟ୍ୟାକ୍ସ ଦେଉନଥିଲେ ଗୋଦାମର ମାଲିକ । ଭିନ୍ନ ଭିନ୍ନ ଆଳରେ ବାହାନା ଦେଖାଇ ଟ୍ୟାକ୍ସ ଫାଙ୍କୁଥିଲେ । ଶେଷରେ ଚଢ଼ାଉ କଲା ଜି. ଏସ. ଟି ଭିଭାଗ ।
ସୂଚନା ଅନୁଯାୟୀ,ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ସ୍ଥିତ ପୁରୁଣାବସ୍ତି ଠାରେ ଥିବା ଅରିହନ୍ତ ଇଲେକ୍ଟ୍ରିକାଲ୍ସରେ ସମସ୍ତ ବ୍ୟବସାୟ ନଗଦ କlରବାର କରାଯାଉଥିଲା । ଦୀର୍ଘ ବର୍ଷ ହେଲା ବ୍ୟାପକ ପରିମାଣ ରେ ଟ୍ୟାକ୍ସ ଫାଙ୍କୁଥିବା ବେଳେ କୌଣସି ପ୍ରକାର ବିଲ୍ ଭାଉଚର ବ୍ୟବହାର କରୁନଥିବା ସୂଚନା ଦେଇଛନ୍ତି ଜି. ଏସ .ଟି ବିଭାଗ । ଏପରିକି ସମସ୍ତ ବ୍ୟବସାୟ ନଗଦ କlରବାର କରି ଟିକସ୍ ଦେବାପାଇଁ ବିଭିନ୍ନ ଆଳରେ ଫାଙ୍କୁଥିଲେ । ବାରମ୍ବାର ଏଭଳି କରିବା ଯୋଗୁ ଏକସାଙ୍ଗରେ ୧୫ ରୁ ଉର୍ଦ୍ଧ ବିଭାଗୀୟ ଅଧିକାରୀ ସେଠାରେ ପହଂଚି ଚଢ଼ାଉ କରିଥିଲେ । ଚଢ଼ାଉ କରିବା ସମୟରେ ସେଠାରୁ ବିଭିନ୍ନ ଆସବାବପତ୍ର ଜବତ କରିବା ସହ କମ୍ପୁଟର ରେ ଥିବା ଅନେକ ଦସ୍ତାବେଜ ଜବତ କରିଛି ଜି.ଏସ.ଟି ବିଭାଗ ।
ଅଧିକ ପଢନ୍ତୁ :ଚାଷୀଙ୍କ ଫସଲ ଉଜାଡ଼ିଲା କାଳ ବୈଶାଖୀ