ଚାଷୀଙ୍କ ଫସଲ ଉଜାଡ଼ିଲା କାଳ ବୈଶାଖୀ । ବର୍ଷା ଛାଡିବା ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଧଶା । ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଅଦିନିଆ ବର୍ଷା ପାଇଁ ଉଜୁଡ଼ିଗଲା ଚାଷୀଙ୍କ ଫସଲ । ମୁଣ୍ଡ ଝାଳ ତୁଣ୍ଡେ ମାରି ଫସଲ ଲଗାଇଥିଲା ଥିଲା ଚାଷୀ । କିନ୍ତୁ ଅଦିନିଆ ବର୍ଷାରେ ଫସଲ ଅମଳ ପୂର୍ବରୁ ସବୁକିଛି ସରିଗଲା । ଗତ ଦୁଇ ଦିନ ଅଦିନିଆ ଲଗାଣ ବର୍ଷା ଛାଡିବା ପରେ ବଢ଼ି ଯାଇଛି ଚାଷୀଙ୍କ ଦୁର୍ଦ୍ଧଶା ।
ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, କାଳ ବୈଶାଖୀ ପ୍ରଭାବରେ ଯାଜପୁର ଜିଲ୍ଲାରେ ମୋଟ ଉପରେ ୩୦୦ରୁ ଉର୍ଦ୍ଧ୍ବ ମିଲିମିଟର ବର୍ଷା ହୋଇଛି। ଫଳରେ ଜିଲ୍ଲାର ଅନେକ ଅଞ୍ଚଳରେ କ୍ଷୟ କ୍ଷତି ଘଟାଇଛି। ବିଶେଷକରି ଯାଜପୁର ବ୍ଲକର ସିମିଳିଆ, ବେରୁଦା, ଝାଲପଡା, ଏରବାଙ୍କ ଆଦି ପଂଚାୟତ ରେ ଅମଳ ହେବାକୁ ଥିବା ଚିନା ବାଦାମ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଧାର କରଜ କରି ବାଦାମ ଚାଷ କରିଥିଲେ ଚାଷୀ । ବାଦାମ ଅମଳ ପରେ ବେଶ ଦି ପଇସା ଲାଭ କରିବ ବୋଲି ଆଶା କରିଥିଲା। କିନ୍ତୁ ଅଦିନିଆ ବର୍ଷା ସବୁ କିଛି ଉଜାଡ଼ି ଦେଲା।
ଅଧିକ ପରିମାଣର ବର୍ଷା ଯୋଗୁ ବର୍ଷା ପାଣି ବିଭିନ୍ନ ପନିପରିବା କିଆରୀରେ ଲହଡି ଭାଙ୍ଗୁଛି। ପନିପରିବା ଠାରୁ ଆରମ୍ଭ କରି ଚିନାବାଦାମ ସବୁ କିଛି ପାଣିରେ ଭାସୁଛି ।ଏହି ଦୃଶ୍ୟ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବର୍ଷକ ଯାକର ଆଶା କିଛି ବର୍ଷା ପାଇଁ ମାଟିରେ ମିଶିଗଲା । ଏଭଳି ଅଦିନିଆ ବର୍ଷା ଯୋଗୁଁ ଚାଷୀ ନିଜର ବର୍ଷ କର ଅମଳ ନଷ୍ଟ ହୋଇଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର କ୍ଷୟ କ୍ଷତି ର ଆକଳନ କରିବାକୁ ଚାଷୀ ମାନେ ଦାବି କରିଛନ୍ତି। ସେପଟେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।
ସମ୍ପୂର୍ଣ୍ଣ କୃଷି ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିଲେ ସ୍ଥାନୀୟ ଅଞ୍ଚଳ ବାସୀ । କିନ୍ତୁ ଏଭଳି ବର୍ଷା ଫସଲ ଅଂଶଟା ହେବାରୁ କିପରି ପରିବାର ପୋଷିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ତେବେ ବର୍ଷା ଜନିତ ଏହି କ୍ଷୟକ୍ଷତି ର ଭରଣା ପାଇଁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ :ନିଷ୍ଟି ବିଶ୍ବବିଦ୍ୟାଳୟରେ ଶିକ୍ଷା କର୍ମଶାଳା ସଙ୍କଳ୍ପ