କେନ୍ଦୁଝର : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। କାଞ୍ଜିପାଣି ଥାନା ଅନ୍ତର୍ଗତ ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ରାସ୍ତା ଘାଟିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ ଶ୍ରୀ ଦୁର୍ଗା ମାଧବ ନାମକ ଘରୋଇ ବସ୍ ପ୍ରତିଦିନ ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଅଞ୍ଚଳରୁ କେନ୍ଦୁଝର ଅଭିମୁଖେ ଯାତ୍ରା କରିଥାଏ। ତେବେ ଆଜି କେନ୍ଦୁଝର ଆସୁଥିବା ବେଳେ କାଞ୍ଜିପାଣି ଘାଟି ପାର୍ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସଟି ଘାଟିଚଢ଼ିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସଟି ଘାଟି ଚଢ଼ିବା ପରିବର୍ତ୍ତେ ତଳକୁ ଖସିବା ଆରମ୍ଭ କରିଥିଲା, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦରୁ ରକ୍ଷା ହୋଇ ଯାଇଛି।
ଖବର ପାଇ ତେଲକୋଇ ଦମକଳବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସରେ ୩୫ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିଲେ। ବସ୍ ଟିର କିଛି ଅଂଶ ଭାଙ୍ଗିରୁଜି ଯାଇଛି ।