ବୌଦ୍ଧ : ଗାଈକୁ ମାରି ଖାଇଲା ବାଘ । ବୌଦ୍ଧ ସମାକୁପା ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପାଦଚିହ୍ନ ଦେଖି ବାଘଟି କଲରାପତାରିଆ ହୋଇଥାଇପାରେ ବୋଲି ବନବିଭାଗ ସୂଚନା ଦେଇଛି ।
ସୂଚନା ଅନୁଯାୟୀ ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗାଁର ଗାଈଚରାଳି ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ନେଇଥିଲେ । କିନ୍ତୁ ସନ୍ଧ୍ୟାରେ ଗୋଟିଏ ଗାଇ କମ ଥିବାରୁ ଖୋଜିବାକୁ ଯାଇଥିଲେ । ଏହା ପରେ ଗାଈର ମୃତଦେହ ସହ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ବନବିଭାଗ ତଦନ୍ତ ଆରମ୍ଭ କରିଛି ।