ମହାନଦୀରେ ଘଟିଲା ଅଘଟଣ । ମଝି ନଦୀରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ପ୍ରାୟ ୭ ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ, ଆଜି ବରଗଡ ବାଞ୍ଜିପଲୀରୁ ଏକ ଯାତ୍ରୀବାହୀ ଡ଼ଙ୍ଗା ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମହାନଦୀରେ ଡ଼ଙ୍ଗା ଓଲଟି ପଡିଥିଲା । ଏହି ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ପ୍ରାୟ ୭ ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ଅନେକ ମହିଳା ଓ ଛୁଆ ଥିବା ସୂଚନା ମିଳିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଗକୁ ପଢ଼ନ୍ତୁ : ଦିନରେ କବାଡି ବାଲା ସାଜି ନଜର ରଖୁଥିଲା, ରାତିର ଅନ୍ଧକାରରେ ଚୋରି କରୁଥିଲା ଚୋର