ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗାନ୍ଧିନଗରରେ ଅଂଶୁଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନାଁ ହେଉଛି ଆଶିଷ ବନଛୋର । ତେବେ ଆଶିଷ ବନଛୋର ଏନଏସିରେ ସଫେଇ କାମ କରନ୍ତି । କିନ୍ତୁ ଗତକାଲି ପ୍ରବଳ ଖରାରେ ଏନଏସିରେ ସଫେଇ କାମ ସାରି ଘରକୁ ଫେରୁଥିଲେ । ଏବଂ ଘରେ ପହଂଚି ସାରି ଆଶିଷ ଅସୁସ୍ଥ ଅନୁଭବ କରିଥିଲେ । ଏବଂ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ବିନି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଆଶିଷଙ୍କ ବାପା ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏବଂ ପରେ ପୁଲିସ ମେଡିକାଲ ରେ ପହଂଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।