ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରୁଥିବାବେଳେ କାମାକ୍ଷାନଗର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବିପ୍ରବର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କାମାକ୍ଷାନଗର ସହର ନିକଟବର୍ତ୍ତୀ ଜିରିଡାମାଳି ଠାରୁ ଶତାଧିକ ଦଳୀୟ କର୍ମକର୍ତ୍ତାଙ୍କ ସହ ପାରମ୍ପରିକ ନୃତ୍ୟ, ଓ କଂଗ୍ରେସ ଗ୍ୟାରେଣ୍ଟି ସ୍ଲୋଗାନ ଦେଇ ଏକ ରାଲି ମାଧ୍ୟମରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବିପ୍ରବର ସାହୁ । କଂଗ୍ରେସ ନିଜର ଗ୍ୟାରେଣ୍ଟି କାର୍ଡ, ଚାଷୀ ଙ୍କ ସମସ୍ୟା, ଅଞ୍ଚଳ ର ସର୍ବାଙ୍ଗୀନ ଉନ୍ନତି ନେଇ ଚଳିତ ନିର୍ବାଚନ ରେ ନିଜର ସ୍ଥିତି ଦୃଢ କରିବା ପାଇଁ ପ୍ରସ୍ତୁତ ହେଉଛି ବୋଲି ନିଜର ନାମାଙ୍କନ ପତ୍ର ଦାଖଲ ପରେ କହିଥିଲେ ବିପ୍ରବର ସାହୁ ।