କଂଗ୍ରେସର ବିଶାଳ ସମାବେଶ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ତୋଡ଼ଙ୍ଗାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଭଣ୍ଡାରିପୋଖରୀ ରେ ଏଥର ସମସ୍ତ ନେତା ପରିବର୍ତନର ନାରା ଦେଇଥିବାବେଳେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଖୋଲିଥିଲା । ଏହି ଗ୍ୟାରେଣ୍ଟି କାର୍ଡ଼ରେ ଗୃହ ଜ୍ୟୋତି,ଯୁବ ବିକାଶ,କୃଷକ ବନ୍ଧୁ,ଗୃହ ଲକ୍ଷ୍ମୀ ଏବଂ ଜନକଲ୍ୟାଣ ର ଗ୍ୟାରେଣ୍ଟି କାର୍ଡ ଖେଳିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ର ଭଦ୍ରକ ଲୋକସଭା ପ୍ରାର୍ଥି ଅନନ୍ତ ପ୍ରସାଦ ସେଠୀ,ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥି ନିରଞ୍ଜନ ପଟ୍ଟନାୟକ, ବାସୁଦେବପୁର ବିଧାୟକ ପ୍ରାଥୀ ଅଶୋକ ଦାସ,ଯାଜପୁର କୋରେଇର ବିଧାୟକ ପାର୍ଥୀନୀ ବନ୍ଦିତା ପରିଡା ,ଭଦ୍ରକର ପୂର୍ବତନ କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି,ସୁବ୍ରତ ଦାସ ଏବଂ ବହୁ କଂଗ୍ରେସଦଳର ନେତା ଉପସ୍ଥିତ ଥିଲେ ।