ନାରୀ ସ୍ୱୟଂ ସମ୍ପୂର୍ଣ୍ଣା, ସବୁବେଳେ ସକ୍ଷମ : ବାଇକର ଲେଡିଜ କରନ୍ତି ସମାଜସେବା
Khabar Odisha:Biker-ladies-social-work
ଭୁବନେଶ୍ୱର, ମାର୍ଚ୍ଚ 8 (ଖବର ଓଡିଶା) :

ନାରୀ ସ୍ୱୟଂ ସମ୍ପୂର୍ଣ୍ଣା  । ନାରୀ ସବୁବେଳେ ସକ୍ଷମ  । ପୁରୁଷଙ୍କ ତୁଳନାରେ କୌଣସି ଗୁଣରେ କମ ନୁହେଁ ନାରୀ  । ସବୁ କ୍ଷେତ୍ରରେ ସଫଳ ହୋଇପାରିଛନ୍ତି  । ସମାଜର ଦାଇତ୍ୱ ନିଜ କାନ୍ଧରେ ନେଇ ପରିବାର ଠାରୁ ଆରମ୍ଭ କରି ଦେଶ ସବୁ ଚଲାଇଛନ୍ତି । 

ମହିଳା ବୁଲେଟ ଚଢ଼ିଛି ତ ଆଉ କିଏ ଅନ୍ୟ ଦୁଇ ଚକିଆ ଗାଡିରେ   ଏମାନେ ଅଲଗା ବାଇକ ଚାଳିକା ଙ୍କ ଠାରୁ ଟିକିଏ ଭିନ୍ନ । ଏହି ମହିଳା ମାନେ ବାଇକ ଚାଲନ୍ତି ହେଲେ ସବୁ ରାଇଡ଼ ପଛରେ ରହିଥାଏ କିଛି ଭିନ୍ନତା ।ଆଉ ସେହି ଭିନ୍ନତାର ଗୁଡିକ ହେଲା ପରିବେଶକୁ ସଫା କରିବା ତ ଆଉ କେତେବେଳେ ଏସିଡ ପିଡିତାଙ୍କ ପାଇଁ ବାଇକ ରାଇଡ଼ କରିବା ଆଦି ଅନେକ ।

We are the road queen ନାମକ ଏହି ବାଇକ ରାଇଡ଼ ସଂସ୍ଥା ଏହି ମହିଳା ମାନେ ପ୍ରାୟତଃ ଏକତ୍ର ହୋଇ ଏହି ଭଳି ସାମାଜିକ କାର୍ଯ୍ୟ ସବୁ କରିଥାନ୍ତି   ବିଭିନ୍ନ ବର୍ଗର ମହିଳା ଏହି ଟିମରେ ସାମିଲ ହୋଇ କାମ କରନ୍ତି । ବାଇକରେ ସହର ରୁ ଗାଁ ଗାଁ ବୁଲି ମଧ୍ୟ ପାଣ୍ଠି ସଂଗ୍ରହ କରି ସାମଜର ହିତରେ ଏମାନେ ସେହି ଅର୍ଥକୁ ବ୍ୟବହାର କରିଥାନ୍ତି ।

  • Tags:

Subscribe

National International State Sports Entertainment