ଗଛ ଡାଳ ପଡ଼ି ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ। ତେବେ କାଳବୈଶାଖୀ ଯୋଗୁ ଗଛ ଡାଳି ପଡ଼ି ଏଭଳି ଅଘଟଣ ଘଟିଛି। ଏଭଳି ଦୁଖଃଦପୂର୍ଣ ଘଟଣା ଗଜପତି ଜିଲ୍ଲାରେ ଘଟିଛି। ତେବେ ମୃତ ବାଇକ୍ ଆରୋହୀ ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ପଦ୍ମପୁର ଗାଁର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାକୁ ନେଇ ତଦନ୍ତ କରୁଛି।
ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲାର ଛେଳିଗଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ହୋଇଥିଲା। ତେବେ ସେତିକି ବେଳେ ପଦ୍ମପୁର ଗାଁର ତିନି ଜଣ ଯୁବକ ବାଇକ୍ ଯୋଗେ ଛେଳିଗଡ ଗାଁକୁ ଯାଉଥିଲେ। ଏପରିକି କାଳବୈଶାଖୀ ଯୋଗୁ ହଠାତ୍ ଗଛ ଡାଳ ବାଇକ ଆରୋହୀଙ୍କ ଉପରେ ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଛେଳିଗଡ ମେଡ଼ିକାଲରେ ଭର୍ତି କରାଯାଇଥିଲା। ତେବେ ମୃତକ ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ପଦ୍ମପୁର ଗାଁର ବୋଲି ଜଣାପଡିଛି। ତେବେ ମୃତକଙ୍କୁ କ୍ଷତିପୂରଣ ଦାବିରେ ରାମଗିରି ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ। ତେଣୁ ଘଟଣାସ୍ଥଳରେ ପୋଲିସ ପହଂଚି ଲୋକମାନଙ୍କୁ ବୁଝାସୁଝା କରୁଛି।