ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର । ଦିନକୁ ଦିନ ଘଟିଚାଲିଛି ଦୁର୍ଘଟଣା । ଯାହାଫଳରେ କାହାର ଜୀବନ ଚାଲିଯାଉଛି ତ ଆଉ କାହାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଉଛି । ଘଟୁଥିବା ଏହି ଦୁର୍ଘଟଣାରେ ଅନେକ ପରିବାର ମଧ୍ୟ ଉଜୁଡିଯାଉଛି । ବାଇକକୁ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ସ୍ୱାସ୍ଥ୍ୟ ଆବସ୍ଥା ଗୁରୁତର ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ।ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରଙ୍ଗମାଟିଆ ନିକଟରେ ଶୁକ୍ରବାର ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l
ସୂଚନା ଅନୁଯାୟୀ,ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ୫୭ ନମ୍ବର ଜାତୀୟ ରାଜପଥ ଦେଇ ବାଣୀ ଗୋଛା ଥାନା ତାକୁଡା ଗ୍ରାମର ମନୋଜ ସାହୁ ନାମକ ଜଣେ ବ୍ୟକ୍ତି ବାଇକ୍ ଯୋଗେ ଚାରିଛକ ପଟୁ ବୌଦ୍ଧ ଆଡ଼କୁ ଯାଉଥିଲେ । ସେହି ସମୟରେ ସମାନ ଦିଗରୁ ଆସୁଥିବା ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା ।ଏହାପରେ ଧକ୍କା ଦେଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ମାରିଥିଲା l ସ୍ଥାନୀୟ ଲୋକେ ଗୁରୁତର ବାଇକ ଆରୋହୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ଚିକିତ୍ସା ପାଇଁ ପଠାଇଥିଲେ। ଏନେଇ ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳେଇଛି।
ଅଧିକ ପଢନ୍ତୁ :ଭାରସାମ୍ୟ ହରାଇ ମାଇଲଖୁଣ୍ଟରେ ପିଟି ହେଲା ବାଇକ : ଜଣେ ମୃତ, ୨ ଗୁରୁତର