ଭାରସାମ୍ୟ ହରାଇ ରାସ୍ତାକଡ଼ ଥିବା ମାଇଲଖୁଣ୍ଟରେ ପିଟି ହେଲା ବାଇକ। ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ତେବେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିକଟରେ ଘଟିଛି। ତେବେ ଗୁରୁତର ଆହତ ହୋଇଥିବା ୨ଜଣ ଯୁବକଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁସାରେ , ବାରମ୍ବାର ରା଼କ୍ୟର ବିଭିନ୍ନ ସ୍ଥାନରେ ବଢିଚାଲିଛି ସଡକ ଦୁର୍ଘଟଣା। ଫଳରେ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଥିବା ମାଇଲଖୁଣ୍ଟରେ ପିଟି ହେଲା ବାଇକ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ତେବେ ୩ଜଣ ଯୁବକ ଏକ ବାଇକରେ ଜଗନ୍ନାଥପ୍ରସାଦ ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡ଼ ଏକ ମାଇଲଖୁଣ୍ଟରେ ବାଇକ ପିଟି ହୋଇ ଏପରି ଦୁର୍ଘଟଣା ଘଟିଥିଲା। ତେବେ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହିତ ଏହି ଘଟଣା ବାବଦରେ ଅଧିକ ତଦନ୍ତ କରୁଛି ପୋଲିସ।