ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ବିକଶିତ ଭାରତ ସଂକଳ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟରେ ଭାରତକୁ ନିକଟତର କରିବା ପାଇଁ ଏକ ସାହସିକ ସଂକଳ୍ପ ନେବା। ଏକ ବିକଶିତ ଭାରତ ଆଡକୁ ଯାତ୍ରା ଏକ ବ୍ୟକ୍ତିଗତ ପ୍ରୟାସ ନୁହେଁ ବରଂ ସମସ୍ତ ବିଭାଗ ସହିତ ଜଡିତ ଏକ ସାମୂହିକ ପ୍ରୟାସକୁ ଏହା ଜୋର ଦେଇଥାଏ। ସେଥି ପାଇଁ ଭାରତର ସମସ୍ତ ସ୍ଥାନରେ ଗଡୁଛି ବିକଶିତ ଭାରତ ରଥ।
ଶୁକ୍ରବାର ଦିନ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ମାଣିକପୁର ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତରଥ ପହଞ୍ଚିଥିଲା। ଏହି ରଥ ଦ୍ବାରା କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଗୁଡିକରେ ଲୋକେ କିପରି ଉପକୃତ ହୋଇଛନ୍ତି ସେହି ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ ବୋଲି କହିଥିଲେ ବିଜେପି ଜିଲ୍ଲା ସମ୍ପାଦକ। ଏହା ସହିତ ଲୋକଙ୍କ ପାଇଁ ମାଗଣା ଚିକିତ୍ସାର ସୁବିଧା ପାଇଁ ବ୍ୟବସ୍ଥା ମଧ୍ଯ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଜେପି ଜିଲ୍ଳା ସମ୍ପାଦକ କାମଦେବ ବଡ ନାୟକ, ପୂର୍ବତନ ବିଧାୟକ ପ୍ରଶାନ୍ତ ମଲ୍ଲିକ, ସ୍ଥାନୀୟ ସମିତି ସଭ୍ୟ, ସରପଞ୍ଚ,ମିଶନ୍ ଶକ୍ତି ମହିଳା, ଏବଂ କୃଷି ବିଭାଗର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ : ବଡ଼ନାଳରେ ପାଣି ପଞ୍ଚାୟତ ବୈଠକ ଅନୁଷ୍ଠିତ