ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ ଆଉ ବିଭିନ୍ନ ସ୍ଥାନରେ କରାଯାଉଛି ବନ୍ଦ ପାଳନ । ତବେ ବାଲେଶ୍ଵର ଜିଲ୍ଲା ବାଲିଆପାଳ କୁ ଏନଏସି ମାନ୍ୟତା ଦାବିରେ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ ମଙ୍ଗଳବାର ୮ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା ଦିଆ ଯାଇଛି । ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି,କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛାଡି ଦେଲେ ସବୁ ବନ୍ଦ୍ ରହିବ । ବାଲିଆପାଳ କୁ ଏନଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି ଦାବି କରିବା ପରେ ସର୍ଭେ କରାଯାଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା । ମାତ୍ର ତାଙ୍କ କାର୍ଯ୍ୟକାଳ ସରିବା ପରେ ଏନେଇ କୈାଣସି ପଦକ୍ଷେପ ନିଆଯାଇନଥିଲା । ବର୍ତ୍ତମାନ ରାଜ୍ୟରେ ୩୪ ଟି ନୂଆ ଏନଏସି ଘୋଷଣା କରାଯାଇଥିଲେ ମଧ୍ୟ ସେଥିରୁ ବାଲିଆପାଳ କୁ ବାଦ ଦିଆଯାଇଛି । ଏନଏସି ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଥିଲେ ମଧ୍ୟ କାହିଁକି ବାଲିଆପାଳକୁ ବାଦ ଦିଆଗଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେଣୁ ଏହାର ପ୍ରତିବାଦରେ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ର ସତ୍ୟକାମ ମହାନ୍ତି ଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଅଧିକ ପଢନ୍ତୁ : ବଢୁଛି NAC ଦାବି ଆନ୍ଦୋଳନ