ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଉଦ୍ୟମ । ଥାନାରେ ଅଭିଯୋଗ କଲେ ଉକ୍ତ ମହିଳା । କଟକର କିଶନନଗର ଥାନା ମୁରକୁଣ୍ଡି ଗ୍ରାମରେ ଏଭଳି ଘଟଣା ଘଟିଛି । ମୁରକୁଣ୍ଡି ଗ୍ରାମର ଜଣେ ମହିଳା ମହାନଦୀ ପଠାରେ ପରିବା ତୋଳିବା ସମୟରେ ଜଣେ ଯୁବକ ମହିଳା ଜଣକୁ ଅସଦାଚରଣ କରିବାପାଇଁ ଉଦ୍ୟମ କରିବା ସମୟରେ ମହିଳାଜଣକ ଗୁରୁତର ହୋଇଥିଲେ ।
ଗୁରୁତର ଅବସ୍ଥାରେ ପରିବାର ଓ ସ୍ତାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ମେଡିକାଲକୁ ନେଇଥିଲେ । ମହିଳା ଜଣକଙ୍କ ମୁହଁରେ ଆଘାତ ଲାଗିବା ସହ ଦାନ୍ତମଧ୍ୟ ଭାଙ୍ଗି ଗଳି ପଡିଥିବାର ସୂଚନା ମିଳିଛି । ମହିଳା ଜଣକ ପାଟି କରିବାରୁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଁଚି ଉକ୍ତ ଯୁବକକୁ ମାଡ଼ ମାରିବା ସହ କାବୁ କରି କିଶନନଗର ପୋଲିସର ଜିମା ଦେଇଥିଲେ । କିଶନନଗର ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି । କେଉଁ କାରଣରୁ ଯୁବକ ବୃଦ୍ଧା ମହିଳାଙ୍କ ଏଭଳି ଅବସ୍ଥା କରିଛି ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :୩ ଟଙ୍କା ପାଇଁ ୨୫ ହଜାର ଟଙ୍କା ଫାଇନ ଗଣିବେ ଦୋକାନୀ