୩ ଟଙ୍କା ପାଇଁ ୨୫ ହଜାର ଟଙ୍କା ଫାଇନ ଗଣିବେ ଜେରକ୍ସ ଦୋକାନୀ। ମାସେ ମଧ୍ୟରେ ପଇସା ନ ଦେଲେ ଗଣିବେ ଉଚ୍ଚ ହାରର ସୁଧ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ ପାଇଛି ।
ସୂଚନାନୁଯାୟୀ ଘଟଣା ଟି ଏମିତି ଗତ ଏପ୍ରିଲ ୨୮ ତାରିଖ ଦିନ ସମ୍ବଲପୁରର ଜଣେ ବ୍ୟକ୍ତି ବୁଢାରଜା ଅଞ୍ଚଳରେ ଥିବା ଏକ ଜେରକ୍ସ ଦୋକାନକୁ ଆସିଥିଲେ। ଫଟୋ କପି ଜେରେକ୍ଯ ପାଇଁ ଗ୍ରାହକ ଜଣଙ୍କ ଦୋକାନୀକୁ କହିଥିଲେ। ଦୋକାନୀ ମଧ୍ୟ ଫଟୋ କପି ଜେରେକ୍ଯ କରି ଦେଇଥିଲା। ଗ୍ରାହକ ଜଣଙ୍କ ଦୋକାନୀଙ୍କୁ ୫ ଟଙ୍କା ଦେଇଥିଲେ। ହେଲେ ଦୋକାନୀ ଜଣକ ତାଙ୍କୁ ଅବଶିଷ୍ଟ ପଇସା ଫେରାଇ ନଥିଲେ । ବ୍ୟକ୍ତି ଜଣଙ୍କ ଜେରକ୍ସ ବାବଦକୁ ୨ ଟଙ୍କା ରଖି ୩ ଟଙ୍କା ଦେବାକୁ ଦୋକାନୀକୁ କହିଥିଲେ। ଦୋକାନୀ ଜଣଙ୍କ ଗୋଟିଏ କପି ଜେରକ୍ଯର ଦାମ ୫ ଟଙ୍କା ବୋଲି କହିଥିଲେ । ହେଲେ ସବୁ ଦୋକାନ ଗୋଟିଏ କପି ଜେରେକ୍ସ ବାବଦକୁ ୨ଟଙ୍କା ନେଉଛନ୍ତି ବୋଲି ଗ୍ରାହକ ଜଣଙ୍କ ଦୋକାନୀ ଆଗରେ ଯୁକ୍ତି ବାଢ଼ିଥିଲେ। ବ୍ୟକ୍ତି ଜଣଙ୍କ କଥାରେ ଦୋକାନୀ ରାଗିଯାଇ ତାଙ୍କୁ ୫ ଟଙ୍କା ଫେରସ୍ତ କରିଥିଲେ ଏବଂ ଭିକାରୀକୁ ଦାନ ଦେଉଛି ବୋଲି କହିଥିଲେ।
ଦୋକାନୀର ଏହି କଥା ଗ୍ରାହକଙ୍କୁ ବହୁତ ବାଧିଥିଲା। ଏହାପରେ ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇ ଦୋକାନୀ ନାଁରେ ଅଭିଯୋଗ କରିଥିଲେ। କୋର୍ଟ ଜେରକ୍ସ ଦୋକାନୀଙ୍କୁ ହାଜର ହେବାପାଇଁ ନୋଟିସ କରିଥିଲେ। ହେଲେ ଜେରକ୍ସ ଦୋକାନୀ ୪ଟି ଡେଟ୍ରେ ହାଜର ହୋଇନଥିଲେ। ପଞ୍ଚମ ଡେଟ୍ରେ ଜେରକ୍ସ ଦୋକାନୀ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ବିଚାର ହୋଇଥିଲା। କୋର୍ଟର ପ୍ରଥମ ଶୁଣାଣିରେ ଦୋକାନୀ ଉପରେ ୨୦୦ ଟଙ୍କା ଫାଇନ ପକାଇଥିଲେ। ପରେ ଦ୍ୱିତୀୟ ଶୁଣାଣି ଜେରକ୍ସ ଦୋକାନୀ ଉପରକୁ ୫୦୦ ଟଙ୍କା ଫାଇନ ପକାଇଥିଲେ। ତୃତୀୟ ଶୁଣାଣି ବେଳକୁ କୋର୍ଟ ୨୫ ହଜାର ଟଙ୍କା ଫାଇନ ଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ;- ଶିଶୁ ଅଦଳବଦଳ ଘଟଣା:ଆଟେଣ୍ଡାଣ୍ଟ ସସ୍ପେଣ୍ଡ