ଝାରସୁଗୁଡ଼ା ଠାରୁ ମାତ୍ର ୨୦ କିମି ଦୂର ବେଲପାହାଡ଼ ର ଗୁମାଡେରା ଠାରେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ ମନ୍ଦିର । ଯାହାକି ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଗୁମାଡ଼େରା ର ସ୍ଥାନୀୟ ଲୋକେ ଏକ ଜଗନ୍ନାଥ ମନ୍ଦିର କରିବା ପାଇଁ ଚିନ୍ତା କରୁଥିଲେ । କିନ୍ତୁ ମନ୍ଦିର ହୋଇପାରୁନଥିଲା,ବାବା ବଳିଆ ୧୯୯୨ ମସିହା ରେ ଝାରସୁଗୁଡ଼ା ର ସିଂଘାରପୁର ଝାଡେଶ୍ୱର୍ ମନ୍ଦିର କୁ ଆସି ଏକ ଯଜ୍ଞ କରିଥିଲେ । ଗୁମାଡ଼େରା ଅଞ୍ଚଳ ର କିଛି ଲୋକ ଯାଇ ବାବା ବଳିଆଙ୍କୁ କହିଥିଲେ ଏକ ଜଗନ୍ନାଥ ମନ୍ଦିର ବନେଇବା ପାଇଁ । ବାବା ବଳିଆ କହିଥିଲେ ତମେ ଜଗନ୍ନାଥ ଙ୍କୁ ଆଣି ସ୍ଥାପନା କର ମୁଁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ସବୁ ବ୍ୟବସ୍ଥା କରୁଛି । ତେବେ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଜଗନ୍ନାଥ ର ପ୍ରତିଷ୍ଠା ହୋଇଥିଲା, ପରେ ବିଗ୍ରହ ଆସିଲେ ୧୯୯୨ ଡିସେମ୍ବର ୪ ତାରିଖରେ ବିଗ୍ରହ ଆସିବା ପରେ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଥିଲା। ବାବା ବଳିଆ ପ୍ରତି ମାସରେ ଆସି ମନ୍ଦିର ର କାର୍ଯ୍ୟ ତଦାରଖ କରୁଥିଲେ, ସ୍ଥାନୀୟ ଲୋକଙ୍କ ସହଯୋଗ ରେ ମନ୍ଦିର କାର୍ଯ୍ୟ ଦେଢବର୍ଷରେ ସରିଯାଇଥିଲା । ୧୯୯୫ ମସିହା ଏପ୍ରିଲ୍ ୪ ତାରିଖ ପ୍ରତିଷ୍ଠା ହୋଇଥିଲା, ଏହି ପ୍ରତିଷ୍ଠା ଦିବସରେ ପୁରୀ ର ଗଜପତି ମହାରାଜ ଶ୍ରୀ ଦିବୟସିଂହ ଦେବ, ପୁରୀ ର ଶଙ୍କରାଚାର୍ଯ୍ୟ , ବାବା ବଳିଆ ଯୋଗ ଦେଇଥିଲେ । ଏହି ଜଗନ୍ନାଥ ମନ୍ଦିରଟି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଛି । ମନ୍ଦିର ପାର୍ଶ୍ଵରେ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର ରହିଛି । ପୁରୀ ଶ୍ରୀମନ୍ଦିର ଅନୁସାରେ ସମସ୍ତ ରୀତି ନୀତି ପାଳନ ମଧ୍ୟ କରାଯାଏ । ବାବା ବଳିଆ ଏହି ମନ୍ଦିର ର ନାଁ ଦେଇଥିଲେ ଆର୍ତ୍ତତ୍ରାଣ କ୍ଷେତ୍ର ।
ଅଧିକା ପଢନ୍ତୁ :ପଶ୍ଚିମ ଦ୍ବାରରେ ପ୍ରବଳ ଭିଡ