ଗତ ଗୁରୁବାରରେ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ନାହିଁ ନଥିବା କଲବଲ ହୋଇଥିଲେ । ଗୁରୁବାର ଦିନ ତାପମାତ୍ରା ଅଧିକ ଥିବା ବେଳେ ଭକ୍ତମାନେ ଦୌଡିଦୌଡି ଜଗା ଦର୍ଶନ କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଏବେ ଉଣା ପଡିଗଲା । ଭକ୍ତଙ୍କ ପାଇଁ ହୋଇଥିବା ଏସି ଟନେଲ ବି ଉଣା ପଡିଯାଇଛି । ଏସି ଟନେଲ ବାଦ ଭକ୍ତ ମାନଙ୍କୁ ଆହୁରି 300 ମିଟର ଚାଲିବା ପାଇଁ ପଡୁଛି । ତେବେ ଏହା ଦେଖି ବୁଦ୍ଧିଜୀବୀ ଶ୍ରୀ ମନ୍ଦିର ପ୍ରଶାସନ ଉପରେ ଆଙ୍ଗୁଣି ଉଠାଇଛନ୍ତି । ତେବେ 11ଟା ପରେ ପୁରା ଟାଣ ଖରା ହେଉଛି ଭକ୍ତ ମାନେ କିପରି 300 ମିଟର ପିଚୁରାସ୍ତା ଉପରେ ଚାଲିକି ଯିବେ ଏନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେଇଥିପାଇଁ, ପ୍ରଶାସନ ପକ୍ଷରୁ ଆଜି ପୁରୀ ବାସିନ୍ଦାଙ୍କ ପାଇଁ ଥିବା ପଶ୍ଚିମ ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ମଧ୍ୟ ଖୋଲା ହୋଇଛି । ତେବେ ପଶ୍ଚିମ ଦ୍ବାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ତେବେ ପୁରୀ ବାସିନ୍ଦାଙ୍କ ପାଇଁ ଥିବା ପଶ୍ଚିମ ଦ୍ବାର କାହିଁକି ସାଧାରଣ ଲୋକମାନଙ୍କ ପାଇଁ ଖୋଲାଗାଲା ଏନେଇ ବୁଦ୍ଧିଜୀବି ମାନେ ପ୍ରଶାସନକୁ ପ୍ରଶ୍ନ ପଚାରିଛନ୍ତି ।
ଅଧିକା ପଢନ୍ତୁ :ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅନୁଷ୍ଠିତ