ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଥିଲା ସାରା ଅଞ୍ଚଳ । ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ପଞ୍ଚାୟତର କଲେଶ୍ୱର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଉତ୍ସବର ପ୍ରଥମ ଦିନରେ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ରତ୍ନମୁଦ ସ୍ଥାପନ ଉତ୍ସବ ଆରମ୍ଭ କରିବା ପାଇଁ ପ୍ରାତଃ ସମୟରେ ପୁଣ୍ୟ ତୟl ମହାନଦୀର କଲେଶ୍ୱର୍ ଘାଟରୁ ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ପବିତ୍ର ଜଳ ଆଣି ଘଟ ସ୍ଥାପନ କରିଥିଲେ ।ଏହା ପରେ ରତ୍ନମୁଦ ସ୍ଥାପନ ଉତ୍ସବ ଆରମ୍ଭ ହୋଇଥଲା।
ବ୍ରାହ୍ମଣ ମାନେ ବେଦମନ୍ତ୍ର ପାଠ କରି ହୋମ ଯଜ୍ଞରେ ଘୃତାହୁତି ଅର୍ପଣ ପୂର୍ବକ ମନ୍ଦିରର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ । ଶଙ୍ଖ, ଘଣ୍ଟ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ସାରା ଅଞ୍ଚଳ । ଏହି ପବିତ୍ର ଉତ୍ସବରେ ବ୍ୟକରଣlଚାର୍ଯ୍ୟ ପଣ୍ଡିତ ଶ୍ରୀ ସଚିଦାନନ୍ଦ ମହlମାତ୍ର ଶ୍ରୀ ରାମ ଚରିତ ମାନସ ସୁନ୍ଦରକlଣ୍ଡ ପାଠ କରିଥିଲେ l ସହସ୍ରାଧିକ ରlମଭକ୍ତ ଏକତ୍ରିତ ହୋଇ ରlମରସ ପାନ କରିଥଲେ l ବିଭିନ୍ନ କଳାକାର ଶ୍ରୀରାମ, ଲକ୍ଷ୍ମଣ, ହନୁମାନ ଆଦି ଭାବରେ ଅଭିନୟ କରି ରାମ ପ୍ରେମୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ମା ବୁଢ଼ୀ ଠାକୁରାଣୀ ମନ୍ଦିର ସ୍ଥାପନ ଉତ୍ସବରେ ସେଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
ଅଧିକ ପଢନ୍ତୁ :ଶାରଳା ମନ୍ଦିରରେ ପଞ୍ଜିକା ପାଠ