ଶୁକ୍ରବାର ମାଲକାନଗିରି ପୋଲିସକୁ ଏକ ବଡ ସଫଳତା ମିଳିଥିବା ବେଳେ ଶନିବାର ବଲାଙ୍ଗିର ପୋଲିସକୁ ମିଳିଛି ଆଉ ଏକ ସଫଳତା। ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ଛତିଶଗଡ଼ କ୍ୟାଡରର ଜଣେ ହାର୍ଡକୋର୍ ନକ୍ସଲ। ଛତିଶଗଡ଼ କ୍ୟାଡରର ଏହି ନକ୍ସଲର ପରିଚୟ ସୋମନାଥ ଅଚେଲା ହୋଇଥିବା ବେଳେ ବଲାଙ୍ଗିର ପୁଲିସ୍ ପାଖରେ ସେ ଆତ୍ମସର୍ମପଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୧୪ ବର୍ଷ ଧରି ମାଓ କମାଣ୍ଡର ଭାବରେ କାମ କରୁଥିବା ସୋମନାଥଙ୍କ ଘର ଛତିଶଗଡ଼ର କାଙ୍କେର ଅଞ୍ଚଳରେ। ମାଓ ସଂଗଠନରେ ତାଙ୍କ ନାଁ ମହେଶ ଥିଲା। ସେ ଓଡ଼ିଶା ଏବଂ ଛତିଶଗଡ଼ରେ ଏକାଧିକ ନକ୍ସଲ ଗତିବିଧିରେ ସାମିଲ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସେ ମାଓ ସଂଗଠନ ଛାଡିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁସାରେ ତାଙ୍କୁ ଥଇଥାନ୍ କରାଯିବ ବୋଲି ଜଣାପଡ଼ିଛି।
ଅଧିକ ପଢନ୍ତୁ:ପୋଲିସ-ମାଓ ଗୁଳି ବିନିମୟ: ୨ ହାର୍ଡକୋର ମାଓବାଦୀ ନିହତ