ଭୁବନେଶ୍ୱର : ରାଜଧାନୀରେ ମାତିଛି ପାଗଳ ଷଣ୍ଢ। କିଛି ଦିନ ହେବ ରୋକୋଟ ଗ୍ରାମରେ ପାଗଳ ଷଣ୍ଢ ଆତଙ୍କ ଦେଖିବାକୁ ମିଳିଛି। ଏହି ଷଣ୍ଢଟି ଗ୍ରାମର କିଛି ଯୁବକ ଆହତ କରିଥିବା ବେଳେ ଆଜି ଜଣେ ବୃଦ୍ଧାଙ୍କୁ ଗୋଡ଼ାଇ ମାରିଦେଇଛି। ତେବେ ମୃତକ ହେଲେ ଉକ୍ତ ଗ୍ରାମର ହେମଲତା ଦାସ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। କିନ୍ତୁ ଏହି ଘଟଣାକୁ ନେଇ ପଟିଆ ଷ୍ଟେସନ୍ ଓ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ଅବରୋଧ କରି ଧାରଣାରେ ଗ୍ରାମବାସୀ।
ସୂଚନା ଅନୁସାରେ, ଗତ କିଛି ଦିନ ହେବ ପଟିଆ ପଦ୍ମକେଶରପୁରରେ ପାଗଳ ଷଣ୍ଢ ଆତଙ୍କ ଯୋଗୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏ ନେଇ ଉକ୍ତ ଅଂଚଳର ଲୋକମାନେ ବାରମ୍ବାର ବିଏମ୍ସି କୁ ଖବର ଦେଇଥିଲେ ମଧ୍ୟ କେହି ମଧ୍ୟ ଏହାକୁ କର୍ଣପାତ କରିନଥିଲେ। ଯାହାଫଳରେ ଜଣେ ବୃଦ୍ଧାଙ୍କର ଜୀବନ ଦୀପ ଲିଭି ଯାଇଛି। ଏପରିକି ଆଜି ଯାଏଁ ଏହି ଘଟଣାରେ ୭ଜଣ ଗୁରୁତର ହୋଇଥିଲେ। ଏହାପରେ ତୁରନ୍ତ ସେଠାରେ ଉପସ୍ଥିତି ଥିଲେ ଷଣ୍ଢଟିକୁ କାବୁ କରି କାଞ୍ଜିଆହୁଦାକୁ ନେବା ପାଇଁ ସ୍ଥାନୀୟ ଲୋକ ବିଏମସି ଓ ପଶୁ ବିଭାଗ କର୍ମଚାରୀଙ୍କୁ କହିଥିଲେ ।
ଅଧିକ ପଢନ୍ତୁ : ଟ୍ରେନ ପାଇଖାନା ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର