କେନ୍ଦୁଝର : ବୁଧବାର ପୂର୍ବାହ୍ନରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଧାନବେଣୀ କପୁଣ୍ଡି ରାସ୍ତାର କପୁଣ୍ଡି ପଇଦା ବନ୍ଧ ନିକଟରେ ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା।
ସୂଚନା ଅନୁଯାୟୀ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଜଣେ ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ଯାଉଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ରେକଟା ବେଡ଼ା ଗ୍ରାମର ଡ୍ରାଇଭର ଦୟାନିଧି ମହାନ୍ତ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପାଟଣା ପୋଲିସ ଏସ୍ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଆମ୍ବୁଲାନ୍ସ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇଥିବା ପୋଲିସ କହିଛି।