ରାଇରଙ୍ଗପୁର ଟାଉନ ଥାନା ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଏକ ଆଇରନ୍ ପଥର ବୋଝେଇ ଟ୍ରକ୍ ଭାରସ୍ୟାମ ହରାଇ ପୋଲ ତଳକୁ ଖସି ପଡିଛି ଯାହାଫଳରେ ଟ୍ରକ ଚାଳକ ଗୁରୁତର ହୋଇଛି । ଟ୍ରକ ଚାଳକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଝାଡ଼ଖଣ୍ଡରୁ ଏକ ଆଇରନ୍ ପଥର ବୋଝେଇ ଟ୍ରକ୍ ଆସୁଥିବା ସମୟରେ ୨୨୦ ନଂ ଜାତୀୟ ରାଜପଥରେ ଭାରସ୍ୟାମ ହରାଇ ପୋଲ ତଳକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକ, ତୁରନ୍ତ ଦୁର୍ଘଟଣାର ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଟ୍ରକ ଚାଳକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ ବୋଲି ସୂଚନା ମିଳିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି ।