ଓଲଟିଲା ବାଲି ବୋଝେଇ ଡମ୍ଫର । ବାଲି ଚୋରା ଚାଲାଣ ବେଳେ ଓଲଟିଲା ଡମ୍ଫର । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଜଣକ । ହାଇକୋଟଙ୍କ ନିର୍ଦ୍ଦେଶନାମାକୁ ବେଖାତର କରି ବାଲି ଚୋରା ଚାଲାଣ ଚାଲିଥିଲା । ଡମ୍ପରରେ ଅଧିକ ମାତ୍ରାରେ ବାଲି ବୋଝେଇକରି ଚୋରା ଚାଲାଣ କରାଯାଉଥିଲା । ଯାହାଫଳରେ ଡମ୍ପରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଶଳଦା ଫାଣ୍ଡି ଦିଘିନୂଆସାହି ବାଲିଘାଟରୁ ବାଲି ବୋଝେଇ ଏକ ଡମ୍ଫର ବାଲେଶ୍ବର ଜିଲ୍ଲା ଅଭିମୁଖେ ଯାଉଥିଲା । ଡମ୍ପରଟି ରାସ୍ତାରେ ଯାଉଥିବା ସମୟରେ ଅନ୍ୟ ଗାଡିକୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇଥିଲା । ଯାହାଫଳରେ ଡମ୍ପରଟି ସମ୍ପୂର୍ଣ୍ଣ ଭାବରେ ରାସ୍ତା କଡ଼କୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଗାଡି ଚାଳକ ଜଣକ ଅଳ୍ପକେ ବଞ୍ଚିଯାଇଥିଲାବେଳେ ତାଙ୍କୁ ଡମ୍ଫର ତଳୁ ବାହାର କରାଯାଇଥିଲା । ତେବେ ହାଇକୋର୍ଟର ନିର୍ଦ୍ଦେଶନାମାକୁ ବେଖାତର କରି ବାଲି ଚୋରା ଚାଲାଣ କରାଯାଉଥିବାରୁ ପୋଲିସ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ