ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଯୁବକ ଜଣକ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ସନ୍ଦେହ କରାଯାଉଛି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାରୁ । ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
ସୂଚନା ଅନୁଯାୟୀ,ଗୁରୁବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲାରେ ଏକ ଅବ୍ୟବହୃତ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ମୃତକଙ୍କ ପରିବାରକୁ ଖବର ଜଣାଇଥିଲେ । ତେବେ ମୃତ ଯୁବକଙ୍କ ଗୋଡ଼ ମୋଡ଼ି ହୋଇ ତଳେ ଲାଗି ଲାଗିଥିବା ଯୋଗୁଁ ଏହା ଆତ୍ମହତ୍ୟା ହୋଇନଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାର କାରଣ ସ୍ପଷ୍ଟ ହେବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :ପୋଖରୀରେ ବୁଡି ନାବାଳକ ମୃତ