ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଚାଲିଗଲା ଜଣେ ନାବାଳକର ଜୀବନ। ତେବେ ଏଭଳି ଅଭାବନୀୟ ଘଟଣା ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁରେ ଘଟିଛି। ମୃତକ ନାବାଳକଙ୍କ ପରିଚୟ କୋକଲୁଣ୍ଡା ଗାଁର ଆୟୁଷ ମଳିକ ବୋଲି ଜଣାପଡିଛି। ଆଜି ସକାଳ ପ୍ରାୟ ୧୦ ଟା ସମୟରେ କିଛି ସାଙ୍ଗଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଏପରି ଦୁର୍ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି
ସୂଚନା ମୁତାବକ , ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ନାବାଳକ ମୃତ। ତେବେ ସକାଳ ପ୍ରାୟ ୧୦ ଟା ସମୟରେ କିଛି ସାଙ୍ଗଙ୍କ ସହିତ ନାବାଳକ ଜଣଙ୍କ ଗାଧେଇବାକୁ ଆସିଥିଲେ। ହେଲେ ପୋଖରୀରେ ତାଙ୍କ ଗୋଡ ଖସିଯିବାରୁ ନାବାଳକ ଜଣଙ୍କ ପୋଖରୀରେ ବୁଡିଯାଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଗାଁ ର କିଛି ଯୁବକ ନାବାଳକଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗରକୁ ପଠାଯାଇଥିଲା। ଚିକିତ୍ସା କରିବା ପରେ ଭଞ୍ଜନଗର ମେଡିକାଲରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ଘଟଣା ସ୍ଥଳରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।