ଢେଙ୍କାନାଳ : ବିବାହ ଶୋଭାଯାତ୍ରା ବେଳେ ଅଘଟଣରେ ଚାଲିଗଲା ଜଣକ ଜୀବନ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଣ୍ଢେଇଖୋଲ ଗାଁରେ ବିବାହ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ୨ ଗୁରୁତର ଅଛନ୍ତି। ମୃତ ଯୁବକ ଜଣଙ୍କ ତାଳଚେର ରେମୁଆଁ ଅଞ୍ଚଳର ଗଣେଶ ହେମ୍ବ୍ରମ।
ସୂଚନା ଅନୁଯାୟୀ ଗଣେଶ ନିଜ ସହଯୋଗୀଙ୍କ ସହିତ ବିବାହ ପାଇଁ ଯାଇଥିବା ଲାଇଟ ଗାଡ଼ିରେ ଶୋଭାଯାତ୍ରାରେ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ଦୁଇ ସହଯୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମହାବିରୋଡ଼ ଥାନା ଅଂଚଳରୁ ପରଜଙ୍ଗ କୁଣ୍ଢେଇଖୋଲ ଗାଁକୁ ଶୋଭାଯାତ୍ରା ହେଉଥିବା ବେଳେ ଏହି ଅଘଟଣ ଘଟିଛି। ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।