ପୁଣି ଥରେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇ ଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଜି କଳାହାଣ୍ଡି ଜିଲ୍ଲା ଜି.ଉଦୟଗିରିରେ ଘଟିଛି ଏହି ଦୁର୍ଘଟଣା । କାର୍-ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାଇକଟି ବିପରୀତ ଦିଗରୁ ଆସୁଥିବା କାରକୁ ଧକ୍କା ଦେଇଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ, ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଆଗକୁ ପଢ଼ନ୍ତୁ : ଘାଟିରେ ଓଲଟିଲା ଟ୍ରଲର