ପୁଣି ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଘାଟିରେ ଓଲଟିଲା ଟ୍ରଲର । ଦୁର୍ଘଟଣାରେ ହେଲପର ଗୁରୁତର ଓ ଡ୍ରାଇଭର ଆହତ ହୋଇଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଗୋଡ଼ଭଙ୍ଗା ଘାଟିରେ ଘଟିଛି ଏହି ଦୁର୍ଘଟଣା । ଘାଟିରେ ଓଲଟିଲା ଟ୍ରଲର । ଦୁର୍ଘଟଣାରେ ହେଲପର ଗୁରୁତର ଓ ଡ୍ରାଇଭର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ, ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲରେ ଭର୍ତ୍ତି କରିଥିଲେ ।
ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲେ ମଧ୍ୟ ଘାଟିର ରାସ୍ତା ଅଣଓସାରିଆ ପାଇଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଟ୍ରଲରଟି ଗୋପାଳପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲା ।
ଆଗକୁ ପଢ଼ନ୍ତୁ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ : ୧୫ ଯାତ୍ରୀ ଆହତ