ସ୍ନାନ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୁରୀରେ ବ୍ୟାପକ ବ୍ୟବସ୍ଥା, 38 ପ୍ଲାଟୁନ ଫୋର୍ସଙ୍କ ଦାୟିତ୍ୱରେ ରହିବ ପୁରୀ ସହର
Khabar Odisha:A-total-of-38-platoons-of-police-will-be-deployed-in-Puri-for-Deba-SnanaPurnima
ପୁରୀ, ଜୁନ ୦୪ (ଖବର ଓଡ଼ିଶା):

ଆସନ୍ତାକାଲି ମହାମାରୀ କଟକଣା ମଧ୍ୟରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ସ୍ନାନ ଯାତ୍ରାକୁ ଭକ୍ତମାନଙ୍କୁ ଦୁରେଇ ରଖିବା ନେଇ ଆଜି ରାତିରୁ ପୁରୀରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଭକ୍ତମାନଙ୍କୁ ବଡଦାଣ୍ଡକୁ ନ ଛାଡ଼ିବା ପାଇଁ ବଡଦାଣ୍ଡର ବିଭିନ୍ନ ପ୍ରବେଶ ସ୍ଥାନମାନଙ୍କରେ ତିଆରି ହୋଇଛି ବ୍ୟାରିକେଡ । ଅନ୍ୟପକ୍ଷରେ ପୁରୀରେ ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ।

 

ଡିଆଇଜି ଆଶିଷ ସିଂହଙ୍କ ସୂଚନା ଅନୁଯାୟୀ ୨ କମାଣ୍ଡାଣ୍ଟ ଅଫିସର, ୬ ଏଏସପି, ୧୬ ଡିଏସପି ଓ ୪୪ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ପୁଲିସ କର୍ମଚାରୀମାନେ ୨୪ ଘଣ୍ଟା ଦାୟିତ୍ୱରେ ରହିବେ । ନିରବଚ୍ଛିନ୍ନ ଦାୟିତ୍ୱ ରହିଥିବାରୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଛି । ୧୪୪ ଧାରାକୁ କଡ଼ାକଡ଼ି ପାଳନ ପାଇଁ ପୁଲିସ ମୁଖ୍ୟତଃ ଦୃଷ୍ଟି ଦେବେ । ସିସିଟିଭି ଲାଗିଛି, ତା ସହ ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି ବି କରାଯିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment