ଫୁଲବାଣୀ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କର ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଏହି ଭିଡ ଭିତରେ କିଛି ବିଦେଶୀ ଲୋକମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ମା ଙ୍କର ସାହି ପରିକ୍ରମା ଗତକାଲି ଶେଷ ହୋଇଛି । ସେହି ସାହି ଯାତ୍ରାର ଭରପୂର ମଜା ନେଇଛନ୍ତି ଭକ୍ତ ମାନେ । ୨ ତାରିଖ ଠାରୁ ମାଙ୍କ ସହରର ବଜାର ବିଜେ ଆରମ୍ଭ ହେଉଛି। ବିଭିନ୍ନ ମାର୍କେଟକୁ ମା ବିଜେ କରନ୍ତି ଓ ଏହା ହିଁ ଯାତ୍ରାର ଶେଷ ପର୍ଯ୍ୟାୟ,କିନ୍ତୁ ସବୁଠୁ ଆକର୍ଷଣୀୟ । ବଡ଼ ବଡ଼ ତୋରଣ ସହିତ ସହର ସାରା ଆଲୋକ ମାଳାରେ ଶୋଭା ପାଇଲାଣି। ତେବେ ଯାତ୍ରାର ଏହି ଚମତ୍କାର ଶୋଭକୁ ଉପଭୋଗ କରୁଛନ୍ତି ବିଦେଶୀ ପର୍ଯ୍ୟଟକ ମଧ୍ୟ।
ଫୁଲବାଣୀ ଠାକୁରାଣୀ ଯାତ୍ରା କୁ ନେଇ ସହର ହୋଇପଡିଛି ଚଳଚଂଚଳ। ଆସନ୍ତା ୧୧ ତାରିଖରେ ଯାତ୍ରା ଶେଷ ହେବା ବେଳେ ଏହି ଶେଷ ପର୍ଯ୍ୟାୟ ହୋଇଥାଏ ଅତ୍ୟନ୍ତ ଆକର୍ଷଣୀୟ। ଶନିବାର ଦିନ ମାଆଙ୍କ ସାହି ପରିକ୍ରମା ଶେଷ କରିଛନ୍ତି।ଅମଲା ପଡ଼ା ,ବ୍ଲକ କଲୋନୀ ସାହିକୁ ଆଜି ବିଜେ ହୋଇ ଭୋଗରାଗ ପାଇଛନ୍ତି ମା। ତେବେ ଯାତ୍ରାର ଏହି ଚମତ୍କାର ପରିବେଶକୁ ଉପଭୋଗ କରିଛନ୍ତି ବିଦେଶୀ ପର୍ଯ୍ୟଟକ। ଇଟାଲୀରୁ ଆସିଥିବା ପର୍ଯ୍ୟଟକ ମାନେ ଆନନ୍ଦ ବିଭୋର ହୋଇଛନ୍ତି ଯାତ୍ରାକୁ ଦେଖି।
ରବିବାର ଠାରୁ ମାଙ୍କ ସହରର ବଜାର ମାନଙ୍କୁ ବିଜେ ଆରମ୍ଭ ହେଉଛି। ସେଥିପାଇଁ ସବୁ ବଜାର ସାଜସଜ୍ଜା ରେ ଲାଗିପଡିଛନ୍ତି। ମୁଖ୍ୟ ରାସ୍ତାର ବଜାର ରେ ବଡ଼ ବଡ଼ ତୋରଣ ତିଆରି ହେଲାଣି। ସବୁ ରାସ୍ତାରେ ଝିଲମିଲ ଆଲୁଅ,ସୁନ୍ଦର ସାଜସଜ୍ଜା ହୋଇଛି। ଅତ୍ୟନ୍ତ ଆଡମ୍ବର ଓ ଆକର୍ଷଣୀୟ ଢଙ୍ଗରେ ମାଆଙ୍କୁ ପୂଜାକରନ୍ତି ବଜାର କମିଟି ମେମ୍ବର ମାନେ।
ଅଧିକା ପଢନ୍ତୁ: ମୃତକଙ୍କ ପରିବାରକୁ ଭେଟି ସମାବେଦନା ଜଣାଇଲେ