ଗତ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରଣୀରେ ହୋଇଥି ବୋମା ମାଡ ଚାରିଆଡେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଏହି ଭୟଙ୍କର ଦୁର୍ଘଟଣାରେ ମୋଟ 8 ଜଣଙ୍କର ଜୀବନ ଗଲାଣି । ଆଉ 22 ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।
ତେବେ ଏହି ବିସ୍ପୋରଣ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାଲି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗ୍ରସ୍ଥରେ ଆସି ଶ୍ରୀମନ୍ଦିରରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିବା ସହିତ ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣ ଘଟଣାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପରେ ପରେ ନରେନ୍ଦ୍ର ବାଣ ଟ୍ରାଜେଡିର ସମସ୍ତ ଘଟଣା ଅନୁଧ୍ୟାନ କରିବା ସହିତ ନରେନ୍ଦ୍ର କୋଣ ଦେବିଘାଟ ନିକଟରେ ପହଞ୍ଚି ଦୁର୍ଘଟଣା ଘଟିଥିବା ସ୍ଥାନ ବୁଲି ଦେଖିଛନ୍ତି, ଏବଂ ଖଣ୍ଡିଆବନ୍ଧ ଗ୍ରାମକୁ ଜାଇ ମୃତୁବରଣ କରିଥିବା ମୃତକ ପରିବାରକୁ ଭେଟିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।