କାନ୍ଥ ଭୁଶୁଡ଼ି ୩ ବର୍ଷ ଏକ କୁନି ଝିଅର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି , କଳାହାଣ୍ଡି ଜିଲ୍ଲା କୁସୁମ ଖୁଣ୍ଟି ଗ୍ରାମରେ । ମୃତ ଶିଶୁଟିର ନାମ ଧାଙ୍ଗଡ଼ା ମାଝୀ ।
ସୂଚନା ଅନୁସାରେ ,କୁସୁମ ଖୁଣ୍ଟି ଗ୍ରାମର ପୁରନ୍ଦର ଧାଙ୍ଗଡ଼ା ମାଝୀ ସେହି ଗ୍ରାମରେ ବିବାହ କରିଥିଲେ । ଆଉ ସମୟ ସୁବିଧା ଦେଖିକି ତାଙ୍କ ପତ୍ନୀ ଆଉ ଝିଅ ଅଜାଙ୍କ ଘରକୁ ଯିବା ଆସିବା କରୁଥିଲେ । ଗତକାଲି ସେ ଅଜାଙ୍କ ଘରକୁ ଗଲାବେଳେ ଏମିତି ଏକ ଦୁର୍ଘଟଣା ଘଟିଛି । କୌଣସି କାରଣରୁ କୁନି ଝିଅ ଉପରେ କାନ୍ଥଟି ଭୁଶୁଡି ପଡିଥିଲା । ପରିବାର ଲୋକେ ତତକ୍ଷଣତ ଝିଅଟିକୁ ନିକଟସ୍ଥ କୋରସରା ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଗକୁ ପଢନ୍ତୁ :- ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଚଳାଚଳକୁ କଡ଼ା ବିରୋଧ