ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଚଳାଚଳକୁ କଡ଼ା ବିରୋଧ । ଆଜି ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ମାଲିକ ସଂଘ ତରଫରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି ।
ସୂଚନା ଅନୁସାରେ , ରାଜ୍ୟରେ ବସ୍ ଗଡିବାର ପ୍ରଥମ ଦିନରୁ ହିଁ ଜୋରଦାର୍ ବିରୋଧ କରାଯାଇଛି । ଆଜି କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘ ତୀବ୍ର ବିରୋଧ କରିଛି । ଏଥିପାଇଁ ଆଜି କୋରାପୁଟରେ ବସ୍ ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ଯାତ୍ରୀମାନେ ବହୁତ ହଇରାଣ ହୋଇଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲା ସମେତ ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବସ୍ ସେବା ପ୍ରଭାବିତ ହୋଇଛି । ଘରୋଇ ବସକୁ ରାଜ୍ୟ ସରକାର ଲିଜରେ ନେବାକୁ ଦାବି ହୋଇଛି । ସରକାରଙ୍କର ଯେଉଁ ସବୁ ସର୍ତ୍ତାବଳୀ ରହିଛି ସେହି ସର୍ତ୍ତରେ ଘରୋଇ ବସ୍ ମାଲିକ ସଂଘକୁ ସାମିଲ କରିବାକୁ ସେମାନେ ନିବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଅନେକ ଜିଲ୍ଲାରେ ପଞ୍ଚାୟତଠାରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍ ଗଡିବ । ପରେ ପରେ ଏହି ବସ୍ ରାଜଧାନୀ ଭୁବେନେଶ୍ବରକୁ ଗଡିବ ବୋଲି ସୂଚନା ମିଳିଛି ।
ଆଗକୁ ପଢନ୍ତୁ :- ରାଜ୍ୟରେ ପୁଣି ସୃଷ୍ଟି ହେଲା ଲଘୁଚାପ