ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର କରି କ୍ଷମତାକୁ ଆସିବା ପରେ ବିଜେପି ସରକାର ଗୋଟି ଗୋଟି କରି ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କୁ ଖୋଜି ବାହାର କରୁଛନ୍ତି । ତେବେ ଏଯାବତ୍ ଗତ ୫ ମାସ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏ ନେଇ ବିଜେଡ଼ି ଆଳି ବିଧାୟକ ପ୍ରତାପ ଦେବ ଗୃହ ବିଭାଗକୁ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସରକାର ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ରୁଜୁ ହୋଇଥିବା ମାମଲା ମଧ୍ୟରେ ରାଜସ୍ୱ ବିଭାଗରେ ସର୍ବାଧିକ ୨୦ ଅଧିକାରୀ ଅଛନ୍ତି । ସେହିପରି ପଞ୍ଚାୟତିରାଜ ବିଭାଗର ୧୮ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ବିରୋଧରେ ଶନ୍ୟ ସହନଶୀଳତା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଯେଉଁ ସରକାରୀ ଅଧିକାରୀ ଧରା ପଡ଼ିବେ ସେମାନଙ୍କ ପାଇଁ ଜେଲର ବ୍ୟବସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହି ସାରିଛନ୍ତି ।