ଭୁବନେଶ୍ୱର: ଚଳିତ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ନିଷ୍ପତି ନେଇଛନ୍ତି ସରକାର । ପ୍ରତି ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଗୃହର ପ୍ରଶ୍ନକାଳରେ ବିଜେଡ଼ି ବିଧାୟକ ସାରଦା ଜେନାଙ୍କ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ଚଳିତ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ନିଷ୍ପତି ନେଇଛନ୍ତି ସରକାର । ପ୍ରତି ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟରେ ବର୍ତ୍ତମାନ ୯୦୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଥିରୁ ୬୦୦ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଓ ୩୦୯ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି ।