ବରଗଡ : ଆଜି ବରଗଡ ଜିଲ୍ଳା ପକ୍ଷରୁ ସ୍ଥାନିୟ ଜର୍ଜ ହାଇସ୍କୁଲ ପଡିଆ ଠାରେ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗଦେଇଥିଲେ । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସକାଳ ୯ଟା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଲନ କରି ନିଜକୁ ଧନ୍ୟ ମନେକରିଛନ୍ତି । ଏହା ପୂର୍ବରୁ ଗାନ୍ଧି ଛକସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି, ,ଗଙ୍ଗାଧର ମେହେର ପ୍ରତିମୂର୍ତ୍ତି, ପାର୍ବତୀଗିରି ପ୍ରତିମୂର୍ତ୍ତି, ଆମ୍ବେକର ପ୍ରତିମୂର୍ତ୍ତି ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାପଣ କରିଥିଲେ ।
ପ୍ୟାରେଡ଼ ପରେ ଅଭିଭାଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ୟାରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । କାରାଗାର ଅନ୍ତେବାସୀ ଓ ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ମୁଖ୍ୟ ଅତିଥି ଫଳ ବଣ୍ଟନ କରିଥିଲେ । ଚଳିତ ବର୍ଷ ଲୋକଙ୍କ ମନରେ ବହୁ ଉତ୍ସାହ ଉଦ୍ଦିପନା ରହିଥିଲା। ପ୍ୟାରେଡ଼ ପଡିଆରେ ଦେଶ ପ୍ରେମିଙ୍କ ବହୁ ସଂଖ୍ୟାରେ ଭିଡ ରହିଥିଲା।