ଜଗତସିଂହପୁର: ସ୍ୱଦେଶ ଫେରିବେ ଅଟକ ଥିବା ୭୮ ବାଂଲାଦେଶୀ ମତ୍ସ୍ୟଜୀବି। ଭାରତୀୟ ଜଳ ସୀମା ମଧ୍ୟକୁ ବେଆଇନି ଭାବେ ପ୍ରବେଶ କରି ଭାରତୀୟ ତଟରକ୍ଷୀ ବାହିନୀଙ୍କ ଦ୍ଵାରା ଗିରଫ ହେଇଥିବା ଦୁଇ ମାଛ ଧରା ଟ୍ରଲର ଲେଲା ଓ ମେଘନା ନିଜ ଦେଶକୁ ଫେରିଯିବେ । ଏହାକୁ ନେଇ ବୁଧବାର ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ରକ୍ରିୟା । ମିଳିଥିବା ସୂଚନା ଅନୁସାରେ ବୋଟ୍ ଦୁଇଟି ମାଛ ଧରିବା ସମୟରେ ଭୁଲବଶତଃ ଭରତୀୟ ଜଳ ସୀମା ମଧ୍ୟକୁ ପଶି ଆସିଥିଲେ ।
ବୋଟରେ ଲାଗିଥିବା ଜିପିଏସ୍ ଠିକ୍ ଭାବରେ ସିଗ୍ନାଲ୍ ଦେଉନଥିବାରୁ ଏପରି ଭୁଲ୍ ହୋଇଥିବାର କହିଛନ୍ତି ଅଟକ ଥିବା ବାଂଲାଦେଶୀ ମତ୍ସ୍ୟଜୀବି। ଜିପିଏସର ସିଗ୍ନାଲ ମିଳିବା ପରେ ଧୀବର ମାନେ ଜାଣିବାକୁ ପାଇଥିଲେ ସେମାନେ ଏବେ ଭରତୀୟ ଜଳ ସୀମାରେ । ଅନ୍ୟ ପଟେ ଅଶାନ୍ତ ସମୁଦ୍ର। କୁଆଡେ ଯିବେ କଣ କରିବେ କିଛି ନିର୍ଣ୍ଣୟ ନେବା ଆଗରୁ ଘେରି ଯାଇଥିଲେ ଭରତୀୟ ତଟରକ୍ଷୀ ବାହିନୀର ପ୍ରେଟ୍ରୋଲିଙ୍ଗ ଜାହଜ ଅମୋଘ ।ତାପରେ ଆରମ୍ଭ ହୋଇଥିଲା ଛାନ୍ ବିନ୍। ଭରତୀୟ ତଟରକ୍ଷୀ ବାହିନୀ ଦୁଇ ବୋଟକୁ ପାରାଦ୍ଵୀପ ବନ୍ଦର ଆଣି ସେମାନଙ୍କର କାଗଜ ପତ୍ର ଯାଞ୍ଚ କରିବା ପରେ ସେମାନେ ସମସ୍ତେ ବାଂଲାଦେଶୀ ମତ୍ସ୍ୟଜୀବି ବୋଲି ଜାଣିବାକୁ ପାଇଥିଲେ ପୋଲିସ୍।
ଅଧିକ ପଢନ୍ତୁ: ଦେଓଗାଁ ରେଳ ଷ୍ଟେସନରୁ ମୃତଦେହ ମିଳିବା ଘଟଣା, ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ