ସୁନ୍ଦରଗଡ: ରେଳ ଷ୍ଟେସନରୁ ଜବତ ହେଲା ପୁଳାପୁଳା ରୂପା। ଗୁରୁବାର ସକାଳୁ ଜିଆରପି ପୁଲିସ ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଜବତ କରିଛି।
ସୂଚନା ମୁତାବକ ଜଣେ ବ୍ୟବସାୟୀ ୬୦ କେଜି ରୁପା ଧରି ରାଞ୍ଚି ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଉପରେ ସନ୍ଦେହ ହେବାରୁ ଜିଆରପି ପୁଲିସ ଛାନଭିନ୍ କରିବା ପରେ ବ୍ୟବସାୟୀଙ୍କ ନିକଟରୁ ୬୦ କେଜି ରୂପା ଜବତ ହୋଇଥିଲା। ବ୍ୟକ୍ତିଙ୍କର ବ୍ୟାଗରୁ ସେଥିରୁ ୫୧ କେଜି ଅଳଙ୍କାର ଓ ୧୦ ଖଣ୍ଡ ଇଟା ଜବତ ହୋଇଛି l ଏନେଇ ଜିଏସ୍ଟି ବିଭାଗକୁ ଅବଗତ କରିଥିଲା ଜିଆରପି l ଏହାପରେ ଜିଆରପି ପୋଲିସ୍ ଜବତ ରୂପାକୁ ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏତେ ପରିମାଣର ରୂପା କାହିଁକି ଏବଂ କାହା ପାଖକୁ ନିଆଯାଉଥିଲା ସେନେଇ ଜିଏସଟି ବିଭାଗ ଅଧିକ ତଦନ୍ତ କରୁଛି ।