ପୁରୀ: ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ। ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରାଯିବ। ପିପିଲି ଟୋଲଗେଟ୍ ସାମ୍ନାରେ ରାସ୍ତା ବନ୍ଦ କରିଛି ଦଳ। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି। ଫଳରେ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ବିଜେଡି ଏହି ୬ ଘଣ୍ଟିଆ ବନ୍ଦ ପାଳନ କରୁଛି।
ସୂଚନା ଅନୁସାରେ , ଗତ ରବିବାର ଦିନ ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ତାଙ୍କର ପାର୍ଥିବ ଶରୀର ଦିଲ୍ଲୀରୁ ଭୁବନେଶ୍ୱରକୁ ଅଣାଯାଇଥିଲା। କଡା ସୁରକ୍ଷା ଭିତରେ ମୃତଦେହକୁ ପୈତୃକ ଗାଁକୁ ନିଆଯାଇଥିଲା। ତାଙ୍କର ପୈତୃକ ଗାଁ ବାୟାବରରେ ଅନ୍ତିମ ସଂସ୍କାର ହୋଇଛି। ସମୂହ ନମାଜପାଠ ପରେ ତାଙ୍କର ମରଶରୀରକୁ କବର ଦିଆଯାଇଛି। ହେଲେ ହଠାତ ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।
ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଥିବା ନେଇ ବିଜେଡି କହିଛି। ତେଣୁ ବିଜେଡି ପକ୍ଷରୁ ଆଜି ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ପୁରୀରେ ଦୋକାନ ବଜାର ବନ୍ଦ ସହ ଗାଡି ମୋଟର ଚଳା ଚଳ ବନ୍ଦ ହୋଇଛି। ତେବେ ଏହି ବନ୍ଦ ପାଳନ ଫଳରେ ଛାତ୍ରୀଛାତ୍ରୀ ତଥା ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।