ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାରେ କାଳବୈଶାଖୀରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ପାଟକୁରା ରେ ୩ ଜଣ ଏବଂ ଆଳି ଓ କେନ୍ଦ୍ରାପଡା ସଦର ଅଂଚଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଶାଳିପଂଚ ଗ୍ରାମରେ ଗତକାଲି ଅପରାହ୍ନ ୫ ଟା ସମୟରେ ହଠାତ କଳାହଣ୍ଡାଆ ମେଘ ଆସିବା ସହିତ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇଥିଲା । ଏବଂ ପାଖାପାଖି ୪୦ ମିନିୟ ଧରି ପ୍ରଚଣ୍ଡ ଘଡଘଡି ହେବା ସହିତ ଲଗାତର ବଜ୍ରପାତ ହୋଇଥିଲା । ଯାହା ଫଳରେ ୫ ଜଣ ଲୋକଙ୍କର ଜୀବନ ଚାଲିଯାଇଥିଲା । ତେବେ ଏହି ବଜ୍ରପାତରେ ଆଶି ଥାନା ଶାଳିଅଂଚ ଗ୍ରାମର ନିବାସୀ ବିଷ୍ଣୁ ଚରଣ ବେହେରାଙ୍କ ପୁଅ ଅନୀଲ ବେହେରା ଙ୍କ ମୃତ୍ୟୁ ହୋଇଥିବା ବେଳେ ବଡଆଙ୍କେ ଗ୍ରାମ ନିବାସୀ ଗୁରୁଚରଣ ମଲ୍ଲିକ ଗୁରୁତର ଅବସ୍ଥାରେ ଆଳି ଡାକ୍ତରଖାନା ରେ ଚିକିତ୍ସାଧୀନ ଅଛନ୍ତି । ଏବଂ କେନ୍ଦ୍ରାପଡା ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ମହାନ୍ତି , ବିରିଜଙ୍ଗର ଶିବ ପ୍ରସାଦ ସାହୁ , ଆଶୁତୋଷ ଜେନା ଏବଂ ଅମ୍ବିକା ମଲ୍ଲିକଙ୍କର ମୃତ୍ୟୁ ହୋଇଛି ।