ଭୁବନେଶ୍ୱର: ଏଣିକି ରାଜ୍ୟରେ ଆଉ ରହିବନି ଶିକ୍ଷକ ଅଭାବ। ଖୁବଶୀଘ୍ର ଏହାର ସମାଧାନ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି କରିବେ । ଏଥିସହ ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତିି କରିବା ପାଇଁ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ସେହିପରି ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷକରି ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି। ୩,୫୦୦ ଟଙ୍କା ପାଇବା ପାଇଁ ବ୍ୟକ୍ତିବିଶେଷଙ୍କ ବୟସ ଜାଲିଆତି ହୋଇଥିବାର ଜଣାପଡ଼ିଥିବା ମାମଲାର ତଦନ୍ତ କରାଯାଇଛି । ତନ୍ନ ତନ୍ନ ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ଭତ୍ତା ପାଇବାକୁ ଯୋଗ୍ୟ ତାଙ୍କୁ ଚିହ୍ନଟ କରାଯାଇ ଭତ୍ତା ଦିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢନ୍ତୁ: ରାଜ୍ୟକୁ ଆସିବ ୬୦୦ ଇ-ବସ୍: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର