ପୁରୀ: ପାର୍ବଣ ପାଇଁ ପୁରୀ ପୋଲିସର ସ୍ପେଶିଆଲ ଡ୍ରାଇଭ୍ । ପର୍ଯ୍ୟଟନ ନଗରୀକୁ ଅପରାଧ ମୁକ୍ତ କରିବା ପାଇଁ ଜୋରଦାର ଚଢ଼ାଉ । ଅପରାଧ ଦମନ ପାଇଁ ଏବେ ଆକ୍ଟିଭ ମୁଡରେ ସମସ୍ତ ଥାନା ଅଧିକାରୀ । ଗତ ୨୪ ଘଣ୍ଟାରେ ଅପରାଧ ଦମନ ନିମନ୍ତେ, ଆତଙ୍କ କରୁଥିବା ୭ ଦୁର୍ଦ୍ଦାନ୍ତ ଅପରାଧୀ ଓ ଜଣେ ନାବାଳକଙ୍କୁ ବାନ୍ଧିଲା ପୋଲିସ ।
ବାଇକ୍ ଚୋର ଠାରୁ ଆରମ୍ଭ କରି ଡ୍ରଗସ ବ୍ୟବସାୟୀ ପର୍ଯ୍ୟନ୍ତ ,କାବୁ କରିଛି ପୁରୀ ପୋଲିସ । ସେହିପରି ପର୍ଯ୍ୟଟନ ନଗରୀରେ ଦୌରାତ୍ମ୍ୟ କରୁଥିବା ୫୨ ଜଣ ମାତାଲଙ୍କୁ ଧରିଛି ପୁରୀ ପୋଲିସ । ସାର୍ବଜନୀନ ସ୍ଥାନରେ ମଦପାନ ଓ ଅସଭ୍ୟାଚାର ବିରୋଧରେ ପୁରୀ ପୋଲିସ ର ଅଭିଯାନ । ପୁରୀ ସହରର ସମୁଦ୍ରତଟ, ବଡଦାଣ୍ଡ, ବସ୍-ଷ୍ଟାଣ୍ଡ, ବଜାର ଏବଂ ରେସିଡେନ୍ସିଆଲ୍ ଏରିଆରେ ସମ୍ପୂର୍ଣ୍ଣ ସର୍ଭେଲାନ୍ସ, ପୋଲିସ୍ ରେଡ୍, ଏବଂ ପ୍ୟାଟ୍ରୋଲିଂ କରାଯାଇଛି । ଚେକିଂ ସମୟରେ ସାର୍ବଜନୀନ ସ୍ଥାନରେ ମଦପାନ କରିଥିବା ଓ ଅସଭ୍ୟାଚାର/ଅଶାନ୍ତି ସୃଷ୍ଟି କରିଥିବା ମୋଟ ୫୨ ଜଣ ଉଲ୍ଲଙ୍ଘନକାରୀଙ୍କୁ ଧରିଛି ପୋଲିସ୍ ।