ଭୁବନେଶ୍ୱର : ଦିନକୁ ଦିନ ବଢି ଚାଲିଛି ସଡକ ଦୁର୍ଘଟଣା। ଫଳରେ ଅନେକ ନିରୀହ ଜୀବନ ଅକାରଣେ ଚାଲିଯାଉଛି। ସେହିପରି ଭୁବନେଶ୍ୱର ପାତ୍ରପଡ଼ାରେ ମଧ୍ୟ ସିରିଜ ଦୁର୍ଘଟଣା ହୋଇଛି। ଏକ ଟ୍ରକ ଭାରସାମ୍ୟ ହରାଇ ଅନେକ ଏକ ଟ୍ରକକୁ ଧକ୍କା ଦେଇଛି। ତେବେ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇଛି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ପାତ୍ରପଡ଼ା ନିକଟସ୍ଥ ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଅନେକ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇଛି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏକକାଳୀନ ୪ଟି ଟ୍ରକ ପିଟି ହୋଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ମାଡ଼ ହୋଇ ଭାଙ୍ଗି ଯାଇଥିଲା। ତେବେ ନିଶାଶକ୍ତ ଏବଂ ଓଭର ଟେକିଂକୁ ନେଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।