ଭୁବନେଶ୍ୱର: ସୁଭଦ୍ରା ଯୋଜନାର ତୃତୀୟ କିସ୍ତିରୁ ୪ ଲକ୍ଷ ପାଖାପାଖି ବାଦ୍ ପଡ଼ିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ଉତ୍ତର ରଖିଛନ୍ତି ।
ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ପଚାରିଥିବା ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ଉତ୍ତର ଅନୁସାରେ ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ଆବେଦନ କରିଥିଲେ । ପ୍ରଥମ କିସ୍ତିରେ ସୁଭଦ୍ରାର ପ୍ରଥମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ହିତାଧିକାରୀ ଟଙ୍କା ପାଇଛନ୍ତି । ସେହିପରି ଦ୍ୱିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ଜଣ ବାଦ୍ ପଡ଼ିଛନ୍ତି । ସେହିପରି ୩ୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ଟଙ୍କା ପାଇଥିବାବେଳେ ୩ ଲକ୍ଷ ୯୯ ହଜାର ୩୫୨ ଜଣ ବାଦ୍ ପଡ଼ିଛନ୍ତି ।