ଭୁବନେଶ୍ୱର : ୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଘଟିଥିବା ଦୁର୍ଘଟଣାର ସୂଚନା ଦେଲେ ମନ୍ତ୍ରୀ । ଗତ ୮ ମାସ ଭିତରେ ରାଜ୍ୟରେ କେତେ ଦୁର୍ଘଟଣା ହୋଇଛି ଏନେଇ ବିବୃତି ପ୍ରଦାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ଗତ ୮ ମାସ ଭିତରେ କେତେ ଦୁର୍ଘଟଣା ହୋଇଛି ? ଏଥିରେ କେତେ ଲୋକଙ୍କ ଜୀବନ ଯାଇଛି ବୋଲି ସେ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ ପରିବହନ ମନ୍ତ୍ରୀ ସୂଚନା ଦେଇଥିଲେ କି, ଗତ ୮ ମାସ ଅର୍ଥାତ ଜୁନ ୨୦୨୪ ରୁ ୨୦୨୫ ଆଜି ପର୍ଯ୍ୟନ୍ତ ୬୩୨୭ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୭୧୭ ଜଣ । ସେହିପରି ୩୪୦୧ ଜଣ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ୯୧୮ ଟି ଦ୍ରୁତ ଗତି ରେ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ବେଳେ ୧୦୫୨ ଟି ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । ୪୬ ଟି ମଦ୍ୟପାନ କରି ଗାଡି ଚାଳନା ପାଇଁ ଦୁର୍ଘଟଣା ହୋଇଛି । ୪୬୭୭ ଟି ଅନ୍ୟାନ୍ୟ କାରଣ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି ପରିବହନ ମନ୍ତ୍ରୀ ।
ଅଧିକ ପଢନ୍ତୁ :- ଜବରଦଖଲକାରୀଙ୍କ କବଜାରେ ରାଜ୍ୟର ୧୦,୯୭୧.୧୧୨ ଏକର ଗୋଚର ଜମି