୩୩ ଶିକ୍ଷାର୍ଥୀ କରୋନା ପଜିଟିଭ:ତାଗିଦ୍ ସତ୍ତ୍ୱେ ହଷ୍ଟେଲ ଛାଡ଼ିଲେ ଛାତ୍ରଛାତ୍ରୀ,ପୌର ପ୍ରଶାସନ ର କାରଣ ଦର୍ଶାଅ ନୋଟିସ୍‌
Khabar Odisha:33-students-Karona-Positive-Students-leave-hostel-despite-urgency-show-cause-notice-to-municipal-administration
ଢେଙ୍କାନାଳ , ଡିସେମ୍ବର ୨(ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହା ଏବେ ତୃତୀୟ ଲହରକୁ ଇଙ୍ଗିତ କରୁଛି । ପୁର୍ବରୁ ବୁର୍ଲ୍ଲା ଭିମସାରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ କଲେଜର ୩୩ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

ତେବେ ଏହି ଘଟଣାରେ ଆବାସିକ କଲେଜ ସହ ହଷ୍ଟେଲ ବିଲ୍ଡିଂ ସିଲ୍ କଲା ପୌର ପ୍ରଶାସନ । କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ ହଷ୍ଟେଲ ନ ଛାଡ଼ିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ତାଗିଦ୍ କରାଯାଇଥିବା ବେଳେ ସେମାନେ କିପରି ଭାବେ ହଷ୍ଟେଲ ଛାଡ଼ିଲେ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । କଲେଜ କର୍ତ୍ତୁପକ୍ଷଙ୍କୁ ପୌର ପ୍ରଶାସନ ର କାରଣ ଦର୍ଶାଅ ନୋଟିସ୍ ଜାରୀ ହୋଇଛି । ତେବେ ହଷ୍ଟେଲ ଛାଡ଼ିଥିବା ପିଲାଙ୍କୁ ଆଇସୋଲେସନ୍‌ରେ ରଖିବାକୁ ସଂପୃକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । 

ସ୍ୱାବ୍ ରିପୋର୍ଟରୁ ଏହା ସ୍ପଷ୍ଟ ହେବା ପରେ ଜିଲାପାଳ ସରୋଜ କୁମାର ସେଠୀ ଆସନ୍ତା ୧୦ ତାରିଖ ଯାଏ ୱାର୍ଡ ନଂ.୨ କୁଞ୍ଜକାନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଅନ୍ୟପଟେ ଏତେ ସଂଖ୍ୟାରେ ଛାତ୍ରୀଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ଏ ସଂକ୍ରାନ୍ତରେ ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ ) ଡା. ସୁଜାତାରାଣୀ ମିଶ୍ର କହିଛନ୍ତି , ସାଇକୃପା ଆବାସିକ ମହାବିଦ୍ୟାଳୟର ୪ଜଣ ପିଲା କରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ହଷ୍ଟେଲରେ ରହୁଥିବା ୨୬୦ ଛାତ୍ରୀଛାତ୍ରଙ୍କ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଥିଲା । ବୁଧବାର ୨୧୦ଜଣଙ୍କ ରିପୋର୍ଟ ଆସିଛି।

ତନ୍ମଧ୍ୟରୁ ୩୩ ଜଣ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ସେହିପରି ଶିକ୍ଷାନୁଷ୍ଠାନକୁ ମଙ୍ଗଳବାରଠାରୁ ଛୁଟି ଘୋଷଣା କରାଯାଇଥିବା କଲେଜ ପରିଚାଳନା ପରିଷଦ ଅଧ୍ୟକ୍ଷ ଅନ୍ନଦା ମହାନ୍ତି ସୂଚନା ଦେଇଛନ୍ତି।

  • Tags:

Subscribe

National International State Sports Entertainment