ପୁରୀ : ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆର ଚାଲିଛି। ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ ନିର୍ମାଣ ଚାଲିଛି। ଏଥିପାଇଁ କରତି ସେବକମାନେ ମୋଟ ୪୨ ତୁମ୍ବ ମଧ୍ୟରୁ ମାପ ଅନୁସାରେ ୪୧ଟି ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି। ଏପରିକି ୬୮ ଜଣ ନିର୍ମାଣକାରୀ ରଥ ତିଆରିରେ ଯୋଗ ଦେଇଛନ୍ତି। ରଥ ଖଳାକୁ ବିନ୍ଧ ମେସିନ୍ ଆସିଗଲାଣି। ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡିଆ ହୋଇ ବିନ୍ଧ ଅନୁକୂଳ ହୋଇଛି। ସେପଟେ ଦୋଳବେଦି ସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି। ଆଗେ ଶାଳ ପୂଜା କରାଯାଇ ଲୁହା ରଡ଼ କାଟି ଶାଳରେ ପକାଇ କଣ୍ଟା ତିଆରି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି। ତେବେ ଆଉ ବାକି ଥିବା ତୁମ୍ବ ଗୁଡିକ ଖୁବ ଶୀଘ୍ର ତିଆରି ହୋଇଯିବ ବୋଲି ମୁଖ୍ୟ ବିଶ୍ୱକର୍ମା କହିଛନ୍ତିମୁଖ୍ୟ ବିଶ୍ୱକର୍ମା ।